ପାକିସ୍ତାନ

ପାକିସ୍ତାନ ୨୯-୭-୨୪

ଆତଙ୍କବାଦକୁ ନେଇ ଚିନ୍ତାରେ ପାକିସ୍ତାନ


30-12-2023

ଇସଲାମିକ ଗୋଷ୍ଠୀ ପାକିସ୍ତାନରେ ନୂଆ ବର୍ଷ ପାଳନ କରିବ ନାହିଁ 

ନୂଆଦିଲ୍ଲୀ: ପାକିସ୍ତାନରେ ନୂଆ ବର୍ଷ ୨୦୨୪ର ସେଲିବ୍ରେସନ୍‌? କରିବାକୁ ନିଷେଧାଦେଶ ଦିଆଯାଇଛି । ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର ଗୁରୁବାର ଏହା ଘୋଷଣା କରିଛନ୍ତି । ଯୁଦ୍ଧଗ୍ରସ୍ତ ଗାଜା ଲୋକଙ୍କ ପ୍ରତି ଏକତା ପ୍ରଦର୍ଶନ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି । ଜାତିର ଏକ ସମ୍ବୋଧନରେ କାକର ପାଲେଷ୍ଟାଇନୀୟମାନଙ୍କ ସହ ଏକତା ପ୍ରଦର୍ଶନ କରିବାକୁ ଏବଂ ନୂତନ ବର୍ଷରେ ସଂଯମତା ପ୍ରଦର୍ଶନ କରିବାକୁ ନିବେଦନ କରିଥିଲେ । ସେ କହିଛନ୍ତି, ‘ପାଲେଷ୍ଟାଇନର ପରିସ୍ଥିତି ଅତି ଚିନ୍ତାଜନକ । ଏହାକୁ ଧ୍ୟାନରେ ରଖି ପାଲେଷ୍ଟାଇନ ବାସୀଙ୍କ ପାଇଁ ସରକାର କୌଣସି ନୂଆ ବର୍ଷର କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସେ କହିଛନ୍ତି, ନିର୍ଦ୍ଦୋଷର ହତ୍ୟାକାଣ୍ଡକୁ ନେଇ ସମଗ୍ର ପାକିସ୍ତାନ ଏବଂ ମୁସଲମାନ ଜଗତ ଅତ୍ୟନ୍ତ କ୍ରୋଧିତ । ଗାଜାରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଯୁଦ୍ଧରେ ଏପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ପାଲେଷ୍ଟାଇନୀୟ ପ୍ରାଣ ହରାଇଛନ୍ତି । ସେଥିମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ । ଗାଜାର ୨.୩ ନିୟୁତ ଲୋକଙ୍କର ମଧ୍ୟରୁ ୮୫ ପ୍ରତିଶତ ଲୋକ ନିଜ ଘର ଛାଡିଛନ୍ତି । ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶ ପାଲେଷ୍ଟାଇନକୁ ୨ ଟି ସହାୟତା ପ୍ୟାକେଜ ପଠାଇଛି ଏବଂ ତୃତୀୟ ପ୍ୟାକେଜ ପଠାଇବାକୁ ପ୍ରସ୍ତୁତ ହେଉଛି । ଏଥିପାଇଁ ଇସଲାମିକ ଗୋଷ୍ଠୀ ପାକିସ୍ତାନରେ ନୂଆ ବର୍ଷ ପାଳନ କରିବ ନାହିଁ । ଏହି ଲୋକମାନେ ବଳ ପ୍ରୟୋଗ ସମେତ ବିଭିନ୍ନ ଉପାୟରେ ଉତ୍ସବକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ।



29-12-2023

ମୁଁ ନିର୍ବାଚନରେ ଲଢ଼ିବା ଦ୍ୱାରା ହିନ୍ଦୁମାନଙ୍କୁ ସାହସ ମିଳିବ: ସବେରା ପ୍ରକାଶ 

ଲାହୋର: ଆସନ୍ତା ବର୍ଷ ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଆଉ ଏହାକୁ ନେଇ ପଡୋଶୀ ଦେଶରେ ରାଜନୈତିକ ତାତି ବଢିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମୟରେ, ଗୋଟିଏ ନାମକୁ ନେଇ ଆଲୋଚନା ଜୋର ଧରିଛି । ବାସ୍ତବରେ ପାକିସ୍ତାନ ନିର୍ବାଚନରେ ଜଣେ ହିନ୍ଦୁ ମହିଳା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପେସାରେ ଜଣେ ଡାକ୍ତର ଥିବା ଏହି ହିନ୍ଦୁ ମହିଳାଙ୍କ ନାମ ହେଉଛି ଡାକ୍ତର ସବେରା ପ୍ରକାଶ । ସବେରା ପ୍ରକାଶ ପାକିସ୍ତାନର ଖାଇବର ପାଖ୍ଟନଖୱାର ବୁନେର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସବେରା ପାକିସ୍ତାନର ରାଜନୈତିକ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟିର ଟିକେଟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତଥାପି, ଏହି ଲଢେଇ ତାଙ୍କ ପାଇଁ ଆଦୌ ସହଜ ନୁହେଁ । ଏକ ସାକ୍ଷାତକାର ସମୟରେ ସେ କହିଛନ୍ତି ଯେ ୭୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ପୂର୍ଣ୍ଣ ସମର୍ଥନ ଏବଂ ଆଶୀର୍ବାଦ ପ୍ରାପ୍ତ କରୁଛି । ସଂଖ୍ୟାଲଘୁ ହୋଇଥିଲେ ହେଁ, ମୋତେ ବହୁତ ସମର୍ଥନ ମିଳୁଛି । ସବେରା ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନରେ କୌଣସି ସଂଖ୍ୟାଲଘୁ ମହିଳା ଆଗକୁ ଆସୁନାହାଁନ୍ତି, ତେଣୁ ଏହା ମୋ ପାଇଁ ଅତ୍ୟନ୍ତ ସାହସିକ କାର୍ଯ୍ୟ ଥିଲା, ଯାହା ମୁଁ କରିଥିଲି । ଜିତିବା କିମ୍ବା ହାରିବା ଏକ ଭିନ୍ନ କଥା, କିନ୍ତୁ ମୁଁ ନିର୍ବାଚନରେ ଛିଡା ହେବା ପରେ ସଂଖ୍ୟାଲଘୁ ମହିଳାମାନେ ସାହସ ପାଇବେ । ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ପ୍ରାର୍ଥୀ କହିଛନ୍ତି ଯେ ପାକିସ୍ତାନ ମଧ୍ୟ ମୋଦୀଙ୍କ ପରି ଜଣେ ନେତାଙ୍କ ଆବଶ୍ୟକ କରେ, ଆଜିର ଯୁଗରେ ପାକିସ୍ତାନରେ ଅସ୍ଥିରତା ଦେଖାଦେଇଛି, ଅର୍ଥନୀତି ମଧ୍ୟ ଦୁର୍ବଳ ହୋଇଯାଇଛି, ତେଣୁ ଏଠାରେ ସ୍ଥିରତାର ଆବଶ୍ୟକତା ରହିଛି





ଇତିହାସରେ ପ୍ରଥମ -ପାକିସ୍ତାନରେ ନିର୍ବାଚନ ଲଢ଼ିବେ ହିନ୍ଦୁ ମହିଳା 

27-12-2023

ଇସଲାମାବାଦ: ପାକିସ୍ତାନର ନିର୍ବାଚନ ଇତିହାସରେ ଯାହା କେବେ ଘଟି ନଥିଲା, ସେକଥା ଏବେ ଘଟିବାକୁ ଯାଉଛି । ପାକିସ୍ତାନର ସାଧାରଣ ନିର୍ବାଚନରେ ପ୍ରଥମଥର ପାଇଁ ଜଣେ ହିନ୍ଦୁ ମହିଳା ଭାଗ ନେଇଛନ୍ତି । ଖାୟବର ପାଖତୁନଖ୍ୱା ବୁନେର ଜିଲ୍ଲାର ଜଣେ ହିନ୍ଦୁ ମହିଳା ନିର୍ବାଚନ ଲଢ଼ିବାକୁ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାବର୍ଷ ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ । ଏଥିପାଇଁ ଏବେ ଠାରୁ ହିଁ ରାଜନୀତିକ ଦଳଗୁଡ଼ିକ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଏସବୁ ଭିତରେ ସବୀରା ପରକାଶ ବୁନେର ଜିଲ୍ଲାର ପିକେ ୨୫ ପାଇଁ ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ହିନ୍ଦୁ ସଂପ୍ରଦାୟର ମହିଳା ପରକାଶ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ରୁ ନିର୍ବାଚନ ଲଢ଼ିବେ । ତାଙ୍କ ବାପା ଓମ ପରକାଶ ୩୫ ବର୍ଷ ହେଲା ପିପିପିର ଜଣେ ସକ୍ରିୟ ସଦସ୍ୟ ଭାବେ କାମ କରୁଛନ୍ତି । ନିକଟରେ ଓମ ପରକାଶ ଡାକ୍ତରୀ ଚାକିରିରୁ ଅବସର ନେଇଥିଲେ । ଏବେ ତାଙ୍କ ଝିଅ ପାକିସ୍ତାନ ସାଧାରଣ ନିର୍ବାଚନରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି । କ୍ୟୁଆମି ୱତନ ପାର୍ଟି ସହ ଜଡ଼ିତ ସ୍ଥାନୀୟ ରାଜନେତା ସଲୀମ ଖାନଙ୍କ କହିବା କଥା ଯେ ପରକାଶ ବୁନେର ଜିଲ୍ଲାର ପ୍ରଥମ ମହିଳା ଭାବେ ପାକିସ୍ତାନର ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ପୂର୍ବରୁ ଏଠାରେ କେବେ ବି ଏମିତି ଘଟଣା ଘଟି ନଥିଲା । ପରକାଶ ଅବ୍ୱୋଟ୍ଟାବାଦ ଅନ୍ତର୍ଜାତୀୟ ମେଡିକାଲ କଲେଜରୁ ୨୦୨୨ରେ ଗ୍ରାଜ୍ୟୁଏଟ ହୋଇଛନ୍ତି । ସେ ବୁନେର ଜିଲ୍ଲାରେ ପିପିପି ମହିଳା ୱିଙ୍ଗର ସାଧାରଣ ସମ୍ପାଦକ ଭାବେ କାମ କରୁଛନ୍ତି । ମହିଳାଙ୍କ ସଶକ୍ତୀକରଣ, ସେମାନଙ୍କର ସୁରକ୍ଷା ଓ ସେମାନଙ୍କ ଅଧିକାର ପାଇଁ ସେ ଲଢ଼େଇ କରିବେ କହିଛନ୍ତି । ପରକାଶଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ ମିଳିଛି । ୫୫ ବର୍ଷ ତଳେ ବୁନେର ପାକିସ୍ତାନରେ ସାମିଲ ହୋଇଥିଲା । କିନ୍ତୁ ମହିଳାଙ୍କ ପାଇଁ କେହି ବି ଆଗକୁ ଆସୁ ନଥିଲେ । ପରକାଶ ପ୍ରଥମ ମହିଳା ଭାବେ ନିର୍ବାଚନ ଲଢ଼ିବାକୁ ଆସିଥିବାରୁ, ସ୍ଥାନୀୟ ଅଞ୍ଚଳରେ ଏହାକୁ ସ୍ୱାଗତ କରାଯାଇଛି । ପାକିସ୍ତାନ ନିର୍ବାଚନ କମିଶନ ସଂରକ୍ଷଣ ବ୍ୟବସ୍ଥାକୁ ନେଇ କିଛି ସଂଶୋଧନ କରିଛନ୍ତି । ଦେଶର ସାଧାରଣ ବର୍ଗର ଆସନ ଗୁଡ଼ିକରେ ମହିଳାଙ୍କ ପାଇଁ ୫% ସଂରକ୍ଷିତ ବ୍ୟବସ୍ଥା ଲାଗୁ ହୋଇଛି ।





ପାକିସ୍ତାନରେ ଆତଙ୍କବାଦୀ ନିର୍ବାଚନ ଲଢ଼ିବେ

26-12-23

ଲାହୋର: ଆସନ୍ତା ଫେବୃଆରି ୮ରେ ପାକିସ୍ତାନରେ ନିର୍ବାଚନ ହେବ । ଏଥିପାଇଁ ଶୁକ୍ରବାର ନାମାଙ୍କନ ପ୍ରକ୍ରିୟା ମଧ୍ୟ ସରିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଥର ଏହି ନିର୍ବାଚନରେ ଆତଙ୍କବାଦୀ ଲଢ଼ିବେ । ସେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିରୋଧରେ ନିର୍ବାଚନ ଲଢ଼ିବ । ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦଙ୍କ ପୁଅ ତଲହା ସୟିଦ ଲାହୋରର ଏନଏ-୧୨୭ ଆସନରୁ ନିର୍ବାଚନ ଲଢୁଛି । କେବଳ ଏତିକି ନୁହେଁ, ଏହି ସାଧାରଣ ନିର୍ବାଚନ ପାଇଁ ହାଫିଜ୍ ସୟିଦର ରାଜନୈତିକ ଦଳ ପାକିସ୍ତାନର ଅଧିକାଂଶ ଜାତୀୟ ଓ ପ୍ରାଦେଶିକ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଇଛି । ନିଷିଦ୍ଧ ଜମାତ-ଉଦ-ଦାୱା (ଜେୟୁଡି) ସହ ଜଡ଼ିତ ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ହାଫିଜ୍ ସଇଦ ୨୦୧୯ରୁ ଅନ୍ୟ କିଛି ଆତଙ୍କବାଦୀଙ୍କ ସହ ଜେଲରେ ଅଛି । ସଇଦ ପାକିସ୍ତାନ ମାର୍କଜି ମୁସଲିମ୍ ଲିଗ୍ (ପିଏମ୍‌ଏମ୍‌ଏଲ୍ ) ନାମରେ ଏକ ରାଜନୈତିକ ଦଳ ଗଠନ କରିଛି । ପିଏମଏମଏଲର ନିର୍ବାଚନ ଚିହ୍ନ ହେଉଛି ‘କୁର୍ସି’ । ପିଏମଏମଏଲ ଅଧ୍ୟକ୍ଷ ଖାଲିଦ ମାସୁଦ ସିନ୍ଧୁ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ତାଙ୍କ ଦଳ ଅଧିକାଂଶ ଜାତୀୟ ଏବଂ ପ୍ରାଦେଶିକ ବିଧାନସଭା ଆସନରେ ଲଢୁଛି । ଆମେ ଦୁର୍ନୀତି ପାଇଁ ନୁହେଁ ବରଂ ଲୋକଙ୍କ ସେବା କରିବା ଏବଂ ପାକିସ୍ତାନକୁ ଏକ ଇସଲାମିକ କଲ୍ୟାଣକାରୀ ରାଷ୍ଟ୍ରରେ ପରିଣତ କରିବା ପାଇଁ କ୍ଷମତାକୁ ଆସିବାକୁ ଚାହୁଁଛୁ ବୋଲି ସିନ୍ଧୁ କହିଛନ୍ତି ।



23-12-2023

पाकिस्तान – कट्टरपंथी साजिद ने हिन्दू नाबालिग का अपहरण कर जबरन धर्मांतरण करवाया

पाकिस्तान में अल्पसंख्यकों के हालात किसी से छिपे नहीं हैं. पाकिस्तान में हिन्दुओं पर अत्याचार की घटनाएं सुर्खियां बनी रहती हैं. अब सिंध प्रांत से एक और मामला सामने आया है, जहां इस्लामिक कट्टरपंथी साजिद हुसैन ने नाबालिग हिन्दू लड़की का उसके घर से अपहरण कर लिया. इसके बाद उसके साथ दुराचार किया और फिर जबरदस्ती धर्मांतरण करवा दिया. उससे निकाह कर लिया.

मीडिया रिपोर्ट्स के अनुसार, घटना सिंध प्रांत के हैदराबाद जिले के अंतर्गत आने वाले टांडो जाम शहर की है. पाकिस्तान के मानवाधिकार कार्यकर्ता नारायण दास ने एक रिपोर्ट में खुलासा किया कि साजिद हुसैन ने हिन्दू लड़की का अपहरण कर लिया. उसने पीड़िता के साथ रेप करने के बाद जबरन धर्मांतरण करवाया.

सिंध प्रांत में किसी भी लड़की के विवाह की आयु 18 वर्ष है. इस्लामिक कट्टरपंथी ने नियमों की भी धज्जियां उड़ाईं. आरोपी ने नाबालिग से निकाह करने के लिए उसकी उम्र 19 वर्ष दिखाई है. जबरन निकाह के बाद आरोपी ने पीड़ित का नाम बदलकर ‘नैमत’ कर दिया. आरोपी ने दावा किया कि उसने युवती का अपहरण नहीं किया, बल्कि उससे निकाह करने के लिए मर्जी से अपने माता-पिता को छोड़ कर आई है.

बेशर्मी यह कि आरोपी ने खुद ही एक याचिका भी दायर की है, जिसमें लड़की के माता-पिता पर आरोप लगाते हुए कहा कि लड़की के माता-पिता उसके निकाह से खुश नहीं हैं और उसकी हत्या करना चाहते हैं.

पाकिस्तान में ऐसे मामलों को लेकर वकीलों, मदरसों औऱ मस्जिदों का एक पूरा नेटवर्क काम कर रहा है, जो हिन्दुओं के उत्पीड़न में शामिल है. पाकिस्तान के केवल सिंध प्रांत की ही बात करें तो यहां सभी उम्र की हिन्दू लड़कियों के साथ-साथ विवाहित हिन्दू महिलाएं भी अपहरण, बलात्कार, धर्मांतरण और यौन शोषण का शिकार होती हैं. अकेले सिंध में सालाना 1000-2000 ऐसे मामले सामने आते हैं.

 

ପାକିସ୍ତାନ ସେନା ଶିବିରରେ ଆତ୍ମଘାତୀ ବିସ୍ଫୋରଣ; ୨୩ ମୃତ

12-12-2023
ଇସ୍‌ଲାମାବାଦ: ପାକିସ୍ତାନ ସେନା ଶିବିରରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପାକିସ୍ତାନୀ ତାଲିବାନ ସହ ଜଡ଼ିତ ଆତଙ୍କବାଦୀମାନେ ଏହି ବିସ୍ଫୋରଣ ଘଟାଇଥିବା ଦାବି କରିଛନ୍ତି। ପାକିସ୍ତାନୀ ନ୍ୟୁଜ୍‌ ୱେବସାଇଟ ‘ଡନ୍‌’ ଅନୁସାରେ, ଖୈବର ପଖ୍‌ତୁନ୍‌ଖ୍ବାର ଡେରା ଇସ୍ମାଇଲ ଖାନ ଜିଲାରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ହୋଇଛି ଏବଂ ଏଥିରେ ଅନେକ ଲୋକ ପ୍ରାଣ ହରାଇଥିବା ମଙ୍ଗଳବାର ଅଧିକାରୀମାନେ କହିଛନ୍ତି। ଅଧିକାରୀଙ୍କ କହିବା ମୁତାବକ, ସମସ୍ତେ ଶୋଇଥିବା ସମୟରେ ଏହି ଆକ୍ରମଣ ହୋଇଥିଲା ଓ ସେମାନେ ସାଧାରଣ ପୋଷାକରେ ଥିଲେ। ତେଣୁ ମୃତକ ସମସ୍ତେ ସୁରକ୍ଷାକର୍ମୀ କି ନୁହେଁ ସେନେଇ ତଦନ୍ତ ଚାଲିଛି।





କାରଗିଲ୍ ଯୁଦ୍ଧକୁ ବିରୋଧ କରିଥିଲି ବୋଲି ମୋତେ ସରକାରରୁ ବିଦା କରିଦେଲେ: ନୱାଜ ସରିଫ୍‌


ଲହୋର: କାର୍ଗିଲ ଯୁଦ୍ଧକୁ ଦୀର୍ଘ୨୪ ବର୍ଷ ବିତିବା ପରେ ଶନିବାର ବଡ଼ ଖୁଲାସା କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ । କାର୍ଗିଲ ଯୁଦ୍ଧକୁ ସେ ବିରୋଧ କରିବାରୁ ତାଙ୍କୁ ସରକାରରୁ ବିତାଡ଼ିତ କରାଯାଇଥିଲା ବୋଲି ନୱାଜ ସରିଫ କହିଛନ୍ତି । ଜେନାର ପରଭେଜ ମୁଶାରଫ ହିଁ କାର୍ଗିଲ ଯୁଦ୍ଧର ମୂଳକାରଣ ଥିଲେ । ସେ ହିଁ ଯୁଦ୍ଧ କରିବାକୁ ଅନୁମତି ଦେଇଥିଲେ । ଏହାକୁ ବିରୋଧ କରିବାରୁ ମୁଶାରଫ ତାଙ୍କୁ ସରକାରରୁ ବିଦା କରିଥିଲେ ବୋଲି ନୱାଜ କହିଛନ୍ତି । ନୱାଜ ଭାରତ ସମେତ ଅନ୍ୟ ପଡ଼ୋଶୀଙ୍କ ସହ ଭଲ ସମ୍ପର୍କ ରଖିବା ଉପରେ ଗୁରୁତ୍ୱ ଦେଉଥିଲେ । ହେଲେ ମୁଶାରଫ ଯୁଦ୍ଧ ଚାହୁଁଥିଲେ । ପାକିସ୍ତାନର ୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ସରିଫଙ୍କୁ କାହିଁକି ପ୍ରଧାନମନ୍ତ୍ରୀ ପଦରୁ ସମୟ ପୂର୍ବରୁ ବିତାଡ଼ିତ କରାଯାଇଥିଲା ବୋଲି ପ୍ରଶ୍ନ କରାଯାଇଥିଲା । ଉତ୍ତରରେ ନୱାଜ କହିଥିଲେ “୧୯୯୩ ଓ ୧୯୯୯ରେ ମୋତେ କାହିଁକି ବାହାର କରାଗଲା ମୋତେ ଜଣାଇବା ଉଚିତ । ମୁଁ ଯେତେବେଳ କାର୍ଗିଲ ଯୋଜନାକୁ ବିରୋଧ କରି ଏପରି କରିବା ଉଚିତ ନୁହେଁ ବୋଲି କହିଲି ମୋତେ ଜେନେରାଲ ପରଭେଜ ମୁଶାରଫଙ୍କ ଦ୍ୱାରା ବିତାଡ଼ିତ କରାଗଲା । ହେଲେ ପରେ ମୁଁ ଯାହା କହିଥିଲି ତାହା ଠିକ୍ ପ୍ରମାଣିତ ହେଲା ।” ଆସନ୍ତା ନିର୍ବାଚନ ପାଇଁ ଟିକେଟ୍ ଆଶାୟୀ ପ୍ରାର୍ଥୀଙ୍କ ବିଷୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ନୱାଜ ଏହି ତଥ୍ୟର ଖୁଲାସା କରିଥିଲେ । ଏଥିସହିତ ସେ କହିଥିଲେ ଯେ ମୁଁ ୩ ଥର ପ୍ରଧାନମନ୍ତ୍ରୀ ହୋଇଛି ଓ ଫଳପ୍ରଦ କାର୍ଯ୍ୟ କରିଛି । ତଥାପି ମୋତେ ବିଦା କରାଯାଇଥିଲା । ପଡ଼ୋଶୀ ସହ ସମ୍ପର୍କକୁ ଗୁରୁତ୍ୱ ଦେଇ ନୱାଜ କହିଥିଲେ ମୋ ପ୍ରଧାନମନ୍ତ୍ରୀ ହେବା ସମୟରେ ହିଁ ଦୁଇ ଜଣ ଭାରତୀୟ ପ୍ରଧାନମନ୍ତ୍ରୀ(ମୋଦୀ ଓ ବାଜପେୟି) ଲାହୋର ଆସିଥିଲେ । ଆମେ ଭାରତ, ଆଫଗାନିସ୍ତାନ ଏବଂ ଇରାନ ସହ ସହ ସମ୍ପର୍କ ସୁଧାରିପାରିବା । ଚୀନ ସହ ଆମେ ଆହୁରି ମଜଭୁତ ସମ୍ପର୍କ ରଖିବା ଉତିତ୍ ବୋଲି ନୱାଜ କହିଛନ୍ତି । 




27-10

  ଶତ୍ରୁଦେଶକୁ ଝଟକା


24-10


ପାକିସ୍ତାନ ଟିଭିରେ ପ୍ରେମ ଓ ଆଲିଙ୍ଗନ ମନା

Comments